ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ନିଜ ଲୋକଙ୍କୁ ଖୋଜି ପାଉନାହନ୍ତି ପରିବାର ଲୋକ । ଏବେ ବି ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ଆଜି କିଛି ଏଭଳି ଅଭିଯୋଗ କରି ଭୁବନେଶ୍ୱରଏମ୍ସ, କଟକ ଏସସିବି ମେଡିକାଲରେ ଖୋଜି ବୁଲୁଛନ୍ତି । ବିହାରର ୮୮ ଜଣ ନିଖୋଜ ଥିବା କଥା ସାମ୍ନାକୁ ଆସିଛି । ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ ସେହନୱାଜ୍ ଆଲମ୍ ଏନେଇ ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ୩୧ ଜଣ ନିଖୋଜ ଥିବା କଥା ଗତକାଲି କହିଥିଲେ । ଦୁଇଟି ରାଜ୍ୟର ଦୁର୍ଘଟଣରେ ୧୧୯ ଜଣ ଯାତ୍ରୀ ନିଖିଜ ଥିବା କୁହାଯାଉଛି | ସବୁଠାରୁ ବଡ଼କଥା ସେମାନେ ଏବେ ଜୀବିତକି ମୃତ ଦ୍ଵନ୍ଦ ଭିତରେ ରହିଛନ୍ତି ରାଜ୍ୟବାସୀ |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..