ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷାଫଳ । ଅପରାହ୍ନ ୪ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀ www.odisharesults.nic.in ୱେବସାଇଟରୁ ମଧ୍ୟ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ଗତମାସ ଅର୍ଥାତ୍ ମେ ମାସ ୩୧ ତାରିଖରେ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ପୁଅମାନଙ୍କ ଅପେକ୍ଷା ଝିଅ ଅଧିକ ଭଲ କରିଥିଲେ । ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮ ପ୍ରତିଶତ ରହିଥିଲା । ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅଙ୍କ ପାସ୍ ହାର ଥିବା ବେଳେ ପୁଅଙ୍କ ପାସ୍ ହାର ୮୯.୫୨ ପ୍ରତିଶତ ରହିଥିଲା ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….