ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କତା କରାଯାଇଛି। କଟକ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ସତର୍କତା ଜାରି ହୋଇଛି । ପବନ, ବିଜୁଳି ଓ ଘଡଘଡି ନେଇ ସତର୍କ ସୂଚନା ଜାରି ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ, ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ପଶ୍ଚିମରେ ତାତି ସାଙ୍ଗକୁ ଉପକୂଳରେ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଦିନ ୧୧ଟା ୩୦ ସୁଦ୍ଧା ପ୍ରଚଣ୍ଡ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୪୧ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି । ରାତି ପାହିଲା ବେଳକୁ ଭୁବନେଶ୍ୱରର ତାପମାତ୍ରା ୩୦ଡିଗ୍ରୀ ଟପିଥିଲା । ସକାଳ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ସକାଳ ୮ଟା ୩୦ ବେଳକୁ ଭୁବନେଶ୍ୱର ତାପମାତ୍ରା ଥିଲା ୩୨ ଦଶମିକ ୨ ଡିଗ୍ରୀ । ଦିନ ୧୧ଟା ୩୦ ବେଳକୁ ଭୁବନେଶ୍ୱରରେ ପାରଦ ୩୭ ଦଶମିକ ୨ ଡିଗ୍ରୀରେ ପହଂଚିଥିଲା । ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତନ ସମ୍ଭାବନା ନାହିଁ । ୩ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..