ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ମୁସ୍ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ଅନୁଚିତ ପଦକ୍ଷେପ ଏବଂ ଏହା ସମ୍ବିଧାନ ବିରୋଧୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଗତକାଲି ମହାରାଷ୍ଟ୍ରର ନାନ୍ଦେଡ଼ରେ ଏକ ରୢାଲିରେ ଉଦ୍ବୋଧନ ଦେଇ ଶାହ କହିଛନ୍ତି ମୁସ୍ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ରହିବା ବିଜେପି ଚାହୁଛି। ଏହା ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ। ଏହି ପ୍ରସଙ୍ଗରେ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକ୍ରେ ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶାହ ଆହ୍ବାନ ଦେଇଛନ୍ତି। କଂଗ୍ରେସ ବୀର ସାବରକରଙ୍କୁ ଲଗାତାର ଅପାମନିତ କରିଚାଲିଥିବା ବେଳେ ଉଦ୍ଧବ ଏହାକୁ ସମର୍ଥନ କରୁଛନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି। ଜଣେ ମହାନ ଦେଶଭକ୍ତ ତଥା ଦେଶପାଇଁ ବଳିଦାନ ଦେଇଥିବା ବୀର ସାବରକରଙ୍କୁ ଇତିହାସ ପୁସ୍ତକରୁ ଲୋପ କରିଦେବାକୁ କଂଗ୍ରେସ ଚାହୁଛି ଏବଂ ଏହା ପଛରେ ଉଦ୍ଧବ ଠାକ୍ରେଙ୍କ ସମର୍ଥନ ରହିଛି କି ନାହିଁ ତାହା ତାଙ୍କୁ ସ୍ପଷ୍ଟ କରିବାକୁ ହେବ ବୋଲି ଶାହ କହିଛନ୍ତି। ଶିବସୈନିକମାନେ ଠାକ୍ରେଙ୍କ ନୀତିକୁ ବିରୋଧ କରି ଶିବସେନା ଛାଡ଼ିଛନ୍ତି ଏବଂ ଜନବିରୋଧୀ ନୀତିରେ କାଏମ ରହୁଥିବା ନେତାଙ୍କୁ ଜନତା କଡ଼ା ଜବାବ ଦେବେ ବୋଲି ଶାହ କହିଛନ୍ତି। ଏହି ଅବସରରେ ଶାହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ରାହୁଲ ବାବା’ ବିଦେଶରେ କେବଳ ଭାରତ ବିରୋଧରେ କହିଚାଲିଛନ୍ତି ଏବଂ ଏହାକୁ ଶୁଣିବା ଲୋକ କେହି ନାହାନ୍ତି ବୋଲି ଶାହ କହିଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..