ରିପୋର୍ଟ କାର୍ଡ / ଭୁବନେଶ୍ବର
ମୁକ୍ତା ଯୋଜନାରେ ୧୦ ଜିଲ୍ଲାର ୪୨ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୨୦୨୩-୨୪ ବର୍ଷ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୮୩. ୮୧ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ମୁକ୍ତା ଯୋଜନାରେ ୱାର୍ଡୱାରି ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସବୁ ପ୍ରକଳ୍ପ ପାଇଁ ଜରୁରୀ ଅନୁସାରେ ଯାହା ସମ୍ଭବ ହେବ ଓ ପରିବେଶକୁ ନଜରରେ ରଖାଯିବ । ସେସବୁ ପ୍ରକଳ୍ପର ପ୍ଲାନ୍ ସ୍କ୍ରିନିଂ ହେଉଛି । ମଞ୍ଜୁର ପାଉଥିବା ପ୍ରକଳ୍ପ ମିଶନ ଶକ୍ତିଙ୍କ ଦ୍ବାରା କାର୍ଯ୍ୟକାରୀ ହେବ । ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତାକୁ ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ । ଶୀଘ୍ର ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ପଥମ ପର୍ଯ୍ୟାୟରେ ୩୭ ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ।
More Stories
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..
ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ନବୀନଙ୍କ ଭିଡିଓ ବାର୍ତ୍ତାକୁ ସମାଲୋଚନା କଲା ବିଜେପି…..