ରିପୋର୍ଟ କାର୍ଡ / ଭୁବନେଶ୍ବର
ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ରାଜ୍ୟସରକାର ଅନୁମୋଦନ ଦେଇଛନ୍ତି। ଓଡ଼ିଶା ମୋଟର ଯାନ କଲ୍ୟାଣ ବୋର୍ଡର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ସହାୟତା ଘୋଷଣା କରାଯାଇଛି।ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଚାଳକ ଓ କର୍ମଚାରୀଙ୍କୁ ମିଳିବ ୪ ଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଅତି ଗଭୀର ଆହତ ହେଲେ ମିଳିବ ୮୦ ହଜାର ଟଙ୍କା ମଳିବାକୁ ଥିବାବେଳେ ସାଧାରଣ ମୃତ୍ୟୁ କ୍ଷେତ୍ରରେ ମିଳିବ ୨ ଲକ୍ଷ ଟଙ୍କା ଏବଂ ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ଼ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁ ପେନସନ ଯୋଜନାରେ ଚାଳକମାନଙ୍କୁ ଯୋଗ୍ୟତା ଭିତ୍ତିରେ ଅନ୍ତର୍ଭୁକ୍ତ କରାଯିବ। ଏହା ଦ୍ବାରା ୫ଲକ୍ଷରୁ ଅଧିକ ଚାଳକ ଓ କର୍ମଚାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..