ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ନିଜସ୍ବ ପର୍ବ ‘ରଜପର୍ବ’ । ଓଡ଼ିଶାର ସାଂସ୍କୃତି ପରମ୍ପରାରେ ରହିଛି ସ୍ୱତନ୍ତ୍ରତା | ରଜପର୍ବକୁ ଓଡ଼ିଶାର ନିଜସ୍ବ ପର୍ବ କୁହାଯାଏ। ଆଜି ହେଉଛି ରଜପର୍ବ ଯାହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ | ଏହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କହିଥାଉ | ପ୍ରତେକ ବର୍ଷ ଜ୍ୟଷ୍ଠମାସ ଶେଷରେ ଆଷାଢ଼ ଆରମ୍ଭରେ ରଜ ପର୍ବ ପାଳନ କରିଥାଉ | ତିନିଦିନ ଧରି ରଜ ଉତ୍ସବ ଆମେ ମଣିଥାଉ | ପ୍ରଥମ ଦିନଟିକୁ ପହିଲି ରଜ , ଦ୍ଵିତୀୟ ଦିନଟି କୁ ରଜ ସଂକ୍ରାନ୍ତି , ତୃତୀୟ ଦିନଟି କୁ ବସୁମତୀ ସ୍ନାନ ବା ଭୂମି ଦହନରେ ବୋଲି କୁହାଯାଏ | ବସୁମତୀ ସ୍ନାନ ପରେ ଭୂମିକୁ ବା ମାଟି ମାଆକୁ ଦହନ କରିବାର ପରମ୍ପରା ଆମ ଲୋକସଂସ୍କୃତିରେ ରହିଆସିଛି। ରଜ ବିଶେଷ କରି ଝିଅ ମାଙ୍କର ପର୍ବ | ପହଲି ରଜଠାରୁ ଆରମ୍ଭ କରି ବସୁମତୀ ଗାଧୁଆ ପର୍ଯ୍ୟନ୍ତ ଝିଅ, ବୋହୂମାନେ ନୂତନ ବସ୍ତ୍ର ତଥା ପାଦରେ ଚପଲ ପରିଧାନ କରି ଚଲାବୁଲା କରନ୍ତି। ଖାଲି ପାଦରେ ଚାଲିବା ଓ ଘରୋଇ କାର୍ଯ୍ୟ କରିବା ସେମାନଙ୍କ ପାଇଁ ବିଧିବଦ୍ଧ ଭାବେ ନିଷେଧ ଥାଏ। କୁମାରୀ କନ୍ୟାମାନେ ପାଦରେ ଅଳତା, ମଥାରେ ବିନ୍ଦି, ହାତରେ ରଙ୍ଗ ବେରଙ୍ଗର ଚୁଡ଼ି ତଥା ବିଭିନ୍ନ ରତ୍ନ ଅଳଙ୍କାର ପିନ୍ଧି ନିଜକୁ ସଜେଇ କରି ରଖିଥା’ନ୍ତି। ରଜପର୍ବର ପ୍ରକୃତ ଆଧାର ରଜଦୋଳି ଓ ରଜଗୀତରେ ମଜିଥାନ୍ତି | ଶାସ୍ତ୍ରରେ ରଜପର୍ବର ବିଶେଷତ୍ବକୁ ରହିଛି -ମାଟିମାଆ ପୃଥିବୀ, ସାଧାରଣ ନାରୀପରି ଋତୁମତୀ ହୋଇଥାଏ। ଠିକ୍ ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକାଳରେ ମାନେ ମିଥୁନ ସଂକାନ୍ତି ବା ରଜ ସଂକ୍ରାନ୍ତିର ପୂର୍ବଦିନ ଓ ପରିଦିନ। ଏହି ତିନିଦିନ ପୃଥିବୀ ମାତା ରଜସ୍ବଳା ହୋଇଥାଏ ବୋଲି ଶାସ୍ତ୍ର ପ୍ରମାଣ ଅଛି। ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ, ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ଲୋକମାନେ ଋତୁମତୀ ହେଲେ ତିନିଦିନ ବ୍ୟାପୀ ରତି ସଂଭୋଗରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଏ। ଠିକ୍ ସେହିପରି ରଜସ୍ବଳା ମାଟି ମାଆକୁ ରଜ ତିନିଦିନ ଖନନ, କର୍ଷଣ ଆଦି କାର୍ଯ୍ୟ କରିବାକୁ ନିଷିଦ୍ଧ କରାଯାଇଛି। ଧର୍ମଶାସ୍ତ୍ର ଅନୁସାରେ ରଜ ତିନିଦିନ ଧରଣୀ ମାଆକୁ କଷ୍ଟ ଦେବାଭଳି କାର୍ଯ୍ୟ ବିବର୍ଜିତ ଅଟେ। ତେଣୁ ବୈଦିକ ଯୁଗରୁ ପୃଥିବୀମାତାକୁ ସମ୍ମାନ ଜଣାଇବା ପାଇଁ ରଜପର୍ବ ଆନୁଷ୍ଠାନିକ ଭାବେ ପାଳିତ ହୋଇଆସୁଛି |
More Stories
ଧନଲାଭ ହୋଇପାରେ….
ଆସନ୍ତାକାଲି ପବିତ୍ର ବଡ ଦିନ,ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ…..
ଯାନବାହନ ସୁଖ ମିଳିପାରେ….