ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ସହିଦନଗର ସ୍ଥିତ ଭବାନୀ ମଲ ନିକଟରେ ଥିବା ଏକ ବାରରେ ନିଆଁ ଲାଗଯାଇଛି । ତେବେ ସର୍ଟ ସର୍କିଟ ଯୋଗୁଁ ବାରରେ ନିଆଁ ଲାଗିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ନିଆଁ ଭିତରେ ୪ ଜଣ ଫସି ରହିଛନ୍ତି । କିନ୍ତୁ ଦୋକାନ ଭିତରେ ପ୍ରବଳ ଧୂଆଁ ହୋଇ ରହିଛି । ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବା ସହିତ ବାଧା ଉପୁଜିଛି । ଦୋକାନ ଭିତରେ ହେଉଥିବା ପ୍ରବଳ ଧୂଆଁ ଯୋଗୁଁ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..