Report Card Odisha

| Daily Odia News

ସ୍ତ୍ରୀକୁ ହତ୍ୟା କରି ପୋଡ଼ିଦେଲା ସ୍ୱାମୀ……

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା କରି ପୋଡ଼ିଦେଲା ସ୍ୱାମୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁତଲାମହୁଲ ଗାଁରେ। ମିଳିଥିବା ସୂଚନା ଅନୁସାରେ ପୁତଲାମହୁଲ ଗାଁର ଦେବରାଜ ସାହୁ ୬ ବର୍ଷ ତଳେ ଚିଙ୍ଗିରିତାଳ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବେଶ ହସଖୁସିରେ ସଂସାର ଚାଲିଥିବା ବେଳେ ତାଙ୍କର ଏକ ୪ ବର୍ଷର ଝିଅଟିଏ ବି ରହିଛି। ହେଲେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥୁଲା। ଶନିବାର ସକାଳୁ ମଧ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଅପରାହ୍ନରୁ ସ୍ତ୍ରୀ ଆଉ ଘର ବାହାରକୁ ବାହାରି ନଥିଲେ। ଘରେ ତାଙ୍କ ସ୍ୱାମୀ ମାରିଦେଇଥିଲା। ପରେ ଘଟଣାକୁ ଲୁଚାଇବାକୁ ଯାଇ ରାତ୍ରି ପ୍ରାୟ ଗୋଟାଏରେ ଏକ ଅଖା ବସ୍ତାରେ ସ୍ତ୍ରୀର ଶବକୁ ଭର୍ତ୍ତି କରି ଗାଁ ନିକଟରେ ଏକ ନିଛାଟିଆ ସ୍ଥାନକୁ ନେଇ ପୋଡ଼ି ଦେଇଥିବା ଜଣାପଥିଲା। ଘଟଣା ପ୍ରଘଟ ହେବା ପରେ ପୁଲିସ ସ୍ୱାମୀ ଦେବରାଜ, ଦେଢଶୁର ଟିକେଲାଲ ଏବଂ ଜଣେ ସମ୍ପର୍କୀୟ ମଉସା ଗୁଣନିଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Breaking News