ରିପୋର୍ଟ କାର୍ଡ / ପୁରୀ
ଆଗାମୀ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅପରାହ୍ଣ ୫ଟାରୁ ବନ୍ଦ ହେବ। ପରଦିନ ବାହୁଡ଼ା ଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ସନ୍ଧ୍ୟା ଦର୍ଶନ ବନ୍ଦ ହେବ। ସର୍ବସାଧାରଣ ଦର୍ଶନ ବନ୍ଦ ପରେ ମନ୍ଦିର ଶୋଧ କରାଯିବ। ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବ। ରାହାସକୁ ଦିଅଁ ବିଜେ କରିବେ। ମଇଲମ ଓ ଚନ୍ଦନଲାଗି କରାଯିବ। ଏହାପରେ ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ପହୁଡ଼ ଆଳତି କରାଯିବ। ଦଇତାପତି ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟକଣ୍ଟ ନୀତି କରିବେ। ଶ୍ରୀଜୀଉଙ୍କ ବାହୁଡା ପହଣ୍ଡି ପାଇଁ ଆଡ଼ପ ମଣ୍ଡପରେ କୋଠ ସୁଆଁଶିଆଙ୍କ ଦ୍ୱାରା ଚାରମାଳ ବନ୍ଧାଯିବ। ବାହୁଡ଼ା ଯାତ୍ରା ନୀତିକାନ୍ତି ସଅଳ କରିବା ପାଇଁ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ବନ୍ଦ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..