ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶାର ଟ୍ରେନ ଟ୍ରାଜେଡି ପରେ ଏକାଧିକ ରେଳ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରୁ ଗୋଟିଏ ଅନ୍ୟଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହେବାର ସହ ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଓଣ୍ଡା ଷ୍ଟେସନରେ ଦୁର୍ଘଟଣା ଘଟିଥିବାରୁ ରେଳ ସେବା ପ୍ରଭାବିତ ହୋଇଛି। ଦୁର୍ଘଟଣାରେ କିଛି ବଡ଼ ଅଘଟଣ ଘଟିନଥିବା ଜଣାପଡିଛି | କିନ୍ତୁ ଗୋଟିଏ ମାଲବାହୀ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣା ପରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟଟି ଉପରେ ଚଢ଼ି ଯାଇଛି। ସେହିପରି ୧୨ଟି ବଗି ଲାଇନଚ୍ୟୁତ ହୋଇ ତଳେ ପଡ଼ି ରହିଛି। ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଜାରିରଖିଛନ୍ତି |






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..