Report Card Odisha

| Daily Odia News

ପ୍ରଶାନ୍ତ ରାଉତ ଙ୍କୁ ବାଧ୍ୟତା ମୂଳକ ଅବସର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା | ଏହି ସମୟରେ ଭିଜିଲାନ୍ସ ହାତରେ ଲାଗିଥିଲା ପେଟି ପେଟି ଟଙ୍କା | ପ୍ରଶାନ୍ତ ରାଉତଙ୍କର ନିଜ ଅୟଠାରୁ ୫୦୬ ପ୍ରତିଶତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ରିପୋର୍ଟରୁ ଜଣାପଡିଛି | ପରବର୍ତ୍ତୀ ସମୟରେ ୫ଟି ସଚିବଙ୍କ ସହିତ ତାଙ୍କ ଫୋଟ ଭାଇରଲ ହୋଇଥିଲା| ଏହାକୁ ନେଇ ବିରୋଧୀ ବିଜେପି ,କଂଗ୍ରେସ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ |

Breaking News