Report Card Odisha

| Daily Odia News

ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବା ଆବଶ୍ୟକ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ବୁଧବାର ଓ ଗୁରୁବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଋଣଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ଳୀଂ ଓଁ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ସାମାନ୍ୟ କଥାକୁ ନେଇ ବିବାଦରେ ପଡ଼ିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଶୁକ୍ରବାର ଓ ଶନିବାର କର୍ମରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଆଘାତ ଲାଗିପାରେ। ବୁଧବାର ଓ ଗୁରୁବାର ପିଲାଙ୍କ ଚିନ୍ତା ବଳବତ୍ତର ରହିବ। ଧାର୍ମିକ କାର୍ଯ୍ୟରେ ମନ ଦେବେ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ବନ୍ଧୁଙ୍କ ଆଗମନ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଅଗ୍ରଗତି ଦେଖାଦେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। ନୂତନ ନିଯୁକ୍ତି ପାଇପାରନ୍ତି। ନୂତନ ଜମି କ୍ରୟ କରିବେ। ବୁଧବାର ଓ ଗୁରୁବାର ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରାଇବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ଆନନ୍ଦ ଚିତ୍ତ ହେବେ। ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ଦାମ୍ପତ୍ୟରେ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ସଫଳତା ଲାଭ ହେବ। ନୂତନ ଜମି କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ ମିଶ୍ରିତ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଯଶ, ମାନ ଓ ଗୌରବ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡିବେ। ବାକ୍‌ ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁ ତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବିଦେଶ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ସଫଳତା ସହ ପ୍ରତିଷ୍ଠା ଲାଭ କରିବେ। ଶତ୍ରୁ ପରାସ୍ତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ବିଜୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ କାଳୀଙ୍କ ମନ୍ତ୍ର ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ବିବାଦରେ ପଡିବେ। ବୁଧବାର ଓ ଗୁରୁବାର ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେ​‌େ​‌ବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ର ବ୍ୟାପକ ହେବ। ଶ୍ରୀଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରି​‌େ​‌ବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନିଦେବଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ବୁଦ୍ଧି ଓ ଜ୍ଞାନ ବଳରେ ସମସ୍ୟାର ସମାଧାନ କରିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।

Breaking News