ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ବିରୋଧରେ ବିରୋଧୀ କରିଥିବା ମେଣ୍ଟ INDIAକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଛନ୍ତି। ସେ ବିରୋଧୀ ମେଣ୍ଟକୁ ଇଂରେଜମାନଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ, ଇଣ୍ଡିଆନ ମୁଜାହିଦ୍ଦିନ ଓ ପିଏଫଆଇ ସହ ତୁଳନା କରିଛନ୍ତି।ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷ। ମଙ୍ଗଳବାର ବିରୋଧୀ ଦଳର ମିଳିତ ମଞ୍ଚ INDIAକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଉଭୟ ନାମରେ ଇଣ୍ଡିଆ ବ୍ୟବହାର କରାଯାଇଛି। ବ୍ରିଟିଶମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ଏବଂ ସେମାନଙ୍କ ପରି ବିରୋଧୀମାନେ I.N.D.I.A ମିଳିତ ମଞ୍ଚ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବ୍ରିଟିଶମାନେ ଆସି ନିଜକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ନାମିତ କରିଥିଲେ, ସେହିଭଳି ବିରୋଧୀ I.N.D.I.A ନାମରେ ନିଜକୁ ଉପସ୍ଥାପନ କରୁଛନ୍ତି। ଆଜି ସକାଳେ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇ ମଣିପୁର ଘଟଣାକୁ ନେଇ ସଂସଦରେ ବିରୋଧୀ କରୁଥିବା ହଙ୍ଗାମା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, “ମୁଁ ଆଜିଯାଏଁ ଏପରି “ଦିଗହୀନ ବିରୋଧୀ” କେବେ ଦେଖିନଥିଲି। ବର୍ତ୍ତମାନ ବିରୋଧୀ ଦଳ ନିରାଶ। ବିରୋଧୀଙ୍କ ମନୋଭାବରୁ ଏପରି ଲାଗୁଛି ସେମାନଙ୍କର ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷମତାକୁ ଫେରିବାକୁ ଇଚ୍ଛା ନାହିଁ।” ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିରୋଧୀଙ୍କ କାର୍ଯ୍ୟ ହେଉଛି ବିରୋଧ କରିବା, ସେମାନଙ୍କୁ ତାହା କରିବାକୁ ଦିଅନ୍ତୁ ଏବଂ ଆପଣମାନେ ନିଜ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ୍। ୨୦୨୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଏବଂ ତୃତୀୟ ପର୍ଯ୍ୟାୟରେ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବାର ଲକ୍ଷ୍ୟକୁ ନେଇ କାମ କରାଯିବ।” ପ୍ରଧାନମନ୍ତ୍ରୀଙ୍କ ଏପରି କଟାକ୍ଷ ଓ ସମାଲୋଚନାର ଜବାବ କଂଗ୍ରେସ ନେତା ରାହୁଲ ଗାନ୍ଧି ଜୋରଦାର ଢଙ୍ଗରେ ଦେଇଛନ୍ତି | ମୋଦିଙ୍କୁ କାଉଣ୍ଟର କରି ରାହୁଲ କହିଛନ୍ତି, “ଆପଣ ଆମକୁ ଯାହା ଇଚ୍ଛା କହି ପାରନ୍ତି। କିନ୍ତୁ ଆମେ INDAI। ଆମେ ମଣିପୁରର କ୍ଷତ ଭରିବାରେ ସହାୟକ ହେବୁ। ପ୍ରତିଟି ମହିଳା ଓ ଶିଶୁଙ୍କ ଲୁହ ପୋଛିବୁ। ଆମେ ସମସ୍ତଙ୍କ ପାଇଁ ପ୍ରେମ ଓ ଶାନ୍ତି ଫେରାଇ ଆଣିବୁ। ଆମେ ମଣିପୁରରେ ଭାରତର ବିଚାରଧାରାକୁ ପୁଣି ଗଢ଼ି ତୋଳିବୁ।” ମଣିପୁର ହିଂସାକୁ ନେଇ ସଂସଦ ଚାଲି ପାରୁ ନଥିବା ବେଳେ ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବିରେ ଅଟଳ ରହିଛନ୍ତି। ସରକାର ଆଲୋଚନା ପାଇଁ ରାଜି ଥିବା କହୁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାହିଁକି ବିବୃତି ରଖିବେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……