ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ଡମଣା ଛକ ନିକଟରେ ଘଟିଛି ଏହି ସିରିଜ ଦୁର୍ଘଟଣା। ଚାରୋଟି କାର୍ ମଝିରେ ଚାପି ହୋଇଯାଇଛି ସ୍କୁଟି । ଅଳ୍ପକେ ବର୍ତ୍ତିଯାଇଛି ସ୍କୁଟି ଚାଳକଙ୍କ ଜୀବନ। ସୂଚନା ଅନୁସାରେ- ଲଗାଣ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ଥିବା ବେଳେ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ଡମଣା ଛକ ନିକଟରେ ଏପରି ସିରିଜ୍ ଦୁର୍ଘଟଣା ହୋଇଛି।ଦୁର୍ଘଟଣାରେ ଚାରୋଟି କାର୍ ମଝିରେ ଗୋଟିଏ ସ୍କୁଟି ଚାପି ହୋଇଯାଇଛି । ଏଥିରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି । ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ପହଞ୍ଚି ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲେ।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……