ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସଂଘ ସଭାପତି ଲୋକନାଥ ପାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଘର ମୁଖପାତ୍ର ଦେବାଶୀଷ ନାୟକ କହିଛନ୍ତି, ଯେ ବସ୍ ମାଲିକ ସଂଘର ବିଭିନ୍ନ ଦାବି ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ଏହା ସହ ୧୬ରେ ରାଜ୍ୟବ୍ୟାପି ବସ୍ ଚଳାଚଳ ବନ୍ଦ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ଦାବି ଅଗଷ୍ଟ ୩୦ ସୁଦ୍ଧା ସମାଧାନ କରାଯିବ ବୋଲି କୁହାଯାଇଛି। ତେଣୁ ବସ୍ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛିି। ୧୬ରେ ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିବ। ଆସନ୍ତା ସେପ୍ଟେମ୍ବର ୧ରେ ସଂଘ ପକ୍ଷରୁ ପରବର୍ତ୍ତି ନିଷ୍ପତି ନିଆଯିବ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..