ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିଧାନସଭା ଭିତରକୁ ଧସେଇ ପଶିଲା ମୋ ଦଳ। ମୋ ଦଳର ଶତାଧିକ କର୍ମୀ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧସେଇ ଉଦ୍ୟମ ବେଳେ ପୋଲିସ ସହ ମୋ ଦଳ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି, ନେତା ମନ୍ତ୍ରୀ ଘରକୁ ଯାଅ, ପାଣ୍ଡିଆନ୍ ବିଧାନସଭା ଚଳାଅ। ତାମିଲ ଶାସନ ଚଳିବ ନାହିଁ ବୋଲି ସେ ନାରା ଦେଇଛନ୍ତି। ଯଦି ଜଣେ ସଚିବ ସବୁ କରିବେ, ତାହେଲେ ବିଧାନସଭା କାହିଁକି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି, ହେଲେ ନେତା ମନ୍ତ୍ରୀଙ୍କ ଦେଖା ମିଳୁନି। ତେଣୁ ନିର୍ବାଚିତ ପ୍ରତିନିଧିମାନେ କାହିଁକି ବିଧାନସଭାରେ ବସିବେ ବୋଲି ପ୍ରଶ୍ନ କରିଛନ୍ତି ସେ। ୨୦୨୪ରେ ନବୀନ ସରକାର ହଟାଇବାକୁ ସେ ନିବେଦନ କରିଛନ୍ତି। ନବୀନ ସରକାର କୃଷକମାନଙ୍କୁ ପ୍ରତାରିତ କରିଛନ୍ତି। ଏଣୁ ୨୦୨୪ରେ ମୋ ଦଳ ସରକାର ଗଢିବ ବୋଲି ଅକ୍ଷୟ କୁମାର ଦୃଢୋକ୍ତି କରିଛନ୍ତି। ତେଣେ ପୋଲିସ କାଳ ବିଳମ୍ବ ନ କରି ମୋ ଦଳର ଶତାଧିକ କର୍ମୀମାନଙ୍କୁ ବଳପୂର୍ବକ ଜୋର ଜବରଦସ୍ତି କରି ଉଠାଇନେଇଥିବା ଦେଖିବାକୁ ମିଳିଛି। ଏପରି କର୍ମୀମାନେ ପୋଲିସ ବିରୁଦ୍ଧରେ ବି ବିଷୋଦଗାର କରିଛନ୍ତି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..