ରିପୋର୍ଟ କାର୍ଡ / ଚିଲିକା
ଚିଲିକାର ପୂର୍ବତନ ବିଧାୟକ ତଥା BJD ନେତା ରଘୁନାଥ ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି । ବାଣପୁର NAC ର ଜଗନ୍ନାଥପୁର ବିଷରପାଟଣା ଛକରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ଚା’ ଖଟିରେ ରଘୁନାଥ ଯୋଗ ଦେଇଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀ ଆସି ହଠାତ୍ ତାଙ୍କ ଗାଡ଼ି ଉପରକୁ ଅଣ୍ଡା-ଟମାଟୋ ମାଡ଼ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ସେଠାରେ ଉପସ୍ଥିତ ଥିବା ସାଧାରଣ ଜନତା ଙ୍କ ଉପରେ ଅଣ୍ଡା ଆଉ ଟମାଟୋ ମଧ୍ୟ ପଡିଥିଲା । ଫଳରେ ଅଣ୍ଡା-ଟମାଟୋ ମାଡ କରୁଥିବା ୨୦/୩୦ ଯୁବକଙ୍କ ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋ-ହଲ୍ଲା ହୋଇଥିଲା । ଅଣ୍ଡା-ଟମାଟୋ ମାଡ କରିଥିବା ଯୁବକଙ୍କ ବିରୁଦ୍ଧରେ ସ୍ଥାନୀୟ ଲୋକମାନେ ବାଣପୁର ଥାନାରେ ଏତଲା ଦାଏର କରିଛନ୍ତି ।
More Stories
୨୩ରୁ ପ୍ରବଳ ବର୍ଷୀବ…..
ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ନାଁ….
ଜେଲରୁ ମୁକୁଳିଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ….