ରିପୋର୍ଟ କାର୍ଡ / ଯାଜପୁର
ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ଘରେ ନିଆଁ ଲାଗି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁରେ। ଆହତ ୫ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ କମଳା କାନ୍ତ ସ୍ୱାଇଁ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ସ୍ୱାଇଁ ଓ ତାଙ୍କ ମା’ ସରିତା ସ୍ୱାଇଁ`। ଅନ୍ୟ ଦୁଇ ଜଣ ଆହତ ଗ୍ରାମବାସୀ ବୋଲି ଜଣାଯାଇଛି। ଆଜି କମଳା କାନ୍ତଙ୍କ ଘରେ ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ଟାଙ୍କି ଦେଇ ଯାଇଥିଲା। କମଳାକାନ୍ତ ଟାଙ୍କିକୁ ନେଇ ଗ୍ୟାସ ସହ ସଂଯୋଗ କରୁଥିଲେ। ହଠାତ୍ ଗ୍ୟାସ ଲିକ୍ ହୋଇଥିଲା। ଏହି ସମୟରେ ଗୀତାଞ୍ଜଳି ଓ ସରିତା ଘରେ ପୂଜା କରୁଥିଲେ। ପୂଜା କଲା ବେଳେ ଦୀପ ଲଗାଇଲା ବେଳେ ନିଆଁ ଲାଗିଯାଇଥିଲା। ପରେ ଚାରିଆଡୁକୁ ନିଆଁ ବ୍ୟାପି ଯାଇଥିଲା। କମଳାକାନ୍ତଙ୍କ ସହ ତାଙ୍କ ସ୍ତ୍ରୀ ଓ ମା’ ନିଆଁରେ ପୋଡ଼ି ଯାଇଥିଲେ। ସେମାନଙ୍କ ପାଟି ଶୁଣି ଦୁଇ ଜଣ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..