ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରଖଣ୍ଡ ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଟନେଲ। ଏହି ଟନେଲରେ ୪୦ଜଣ ଶ୍ରମିକ ଫଶି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫଶି ରହିଥିବା ଶ୍ରମିକଙ୍କ ପାଖକୁ ଅକ୍ସିଜେନ ପହଞ୍ଚାଯାଇଛି। ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର ରହିଥିବାବେଳେ ଚାରଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲର ନିର୍ମାଣ କାର୍ଯ୍ୟ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାରକାରୀ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସିଲ୍କିୟାରାରୁ ଉତ୍ତରାଖଣ୍ଡ ଉତ୍ତରକାଶିର ଦଣ୍ଡଲଗାାଁକୁ ସଂଯୋଗ କରିବା ପାଇଁ ଏହି ଟନେଲ(ସୁଡଙ୍ଗ) ନିର୍ମାଣ କରାଯାଉଥିଲା। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଚାଲିଥିବା ଏହି ଟନେଲ୍ ମାଧ୍ୟମରେ ଉତ୍ତରକାଶିରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….