Report Card Odisha

| Daily Odia News

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀର ପିଲା ଆହତ….

ରିପୋର୍ଟ କାର୍ଡ / ପୁରୀ

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଦଶମ ଶ୍ରେଣୀର ଜଣେ ଛାତ୍ର ଆହତ ହୋଇଛି। ଆହତ ଛାତ୍ରକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ କୁମ୍ଭାରପଡ଼ା ଥାନା ଅଧିନ ପୋଲିସ ଲାଇନ୍‌ ହାଇସ୍କୁଲରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପୋଲିସ ଲାଇନ୍‌ ହାଇସ୍କୁଲରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ ହୋଇଥିଲା। ବିଜ୍ଞାନ ମେଳା ଆରମ୍ଭ ହେବା ପୂର୍ବରୁ ଏକ ସ୍କୁଟିରେ ୩ ଜଣ ପିଲା ପୋଲିସ ଲାଇନ୍‌ ହାଇସ୍କୁଲ ସାମ୍ନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସ୍କୁଲ ବାହାରେ ଅପରାହ୍ଣରେ ଅଟୋ ଉପରେ ବସିଥିବା ଦଶମ ଶ୍ରେଣୀ ଛାତ୍ରକୁ ତଳକୁ ଓହ୍ଲାଇବାକୁ କହି ଗାଳି କରିଥିଲା। ସେ ପ୍ରଥମେ ଦଶମ ଶ୍ରେଣୀ ଛାତ୍ରର ଗାଲରେ ଏକ ଚାପୁଡ଼ା ମାରିଥିଲା। ମାଡ଼ ଖାଇଲା ପରେ ଦଶମ ଶ୍ରେଣୀ ଛାତ୍ର ଘଟଣାସ୍ଥଳରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ପୁଣି ଥରେ ଆସି ଛୁରୀରେ ଆକ୍ରମଣ କରିଥିଲା।

 

Breaking News