ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ସୁଦ୍ଧା ଲଘୁଚାପ ଅବପାତର ରୂପ ନେଇପାରେ। ଏହାପରେ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ଆଜି ୭ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମକୁ ଚିଠି ଲେଖିଛନ୍ତି। ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ ଓ ଅଶାନ୍ତ ରହିବ। ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ୧ ପୂର୍ବରୁ ଫେରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ବିଭାଗର ସଚିବଙ୍କୁ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ହୋଇଛି। ଚାଷୀଙ୍କୁ ସତର୍କ କରାଇବା ପାଇଁ କୃଷି ବିଭାଗକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।






More Stories
ଖୋଲିବ ୩୫ ନୂଆ ଯୁକ୍ତ ଦୁଇ କଲେଜ…..
ଆଜି ଅଧରପଣା…..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷୀବ……