ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୧୭ ଦିନ ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ହସ୍ପିଟାଲରେ ରଖାଯାଇଛି। ସମସ୍ତଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ନୀରକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଲକ୍ଷେ ଟଙ୍କା ଲେଖାଏ ମିଳିବ। ଏହାବାଦ ସୁସ୍ଥ ହେବା ପରେ ସମସ୍ତଙ୍କୁ ନିଜ ନିଜର ରାଜ୍ୟକୁ ପଠାଇବେ ବୋଲି ଧାମି ସୂଚନା ଦେଇଛନ୍ତି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……