ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଦୁବାଇ ଗସ୍ତରେ ଯିବେ । ସେଠାରେ ସେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକରେ ଯୋଗଦେବେ । ଏହି ସମ୍ମିଳନୀ ସିଓପି-୨୮ର ଏକ ଅଂଶବିଶେଷ । ସଂଯୁକ୍ତ ଆରବ ଏମିରେଟ୍ସ ଅଧ୍ୟକ୍ଷତାରେ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସିଓପି-୨୮ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ ସକାଶେ ସଦସ୍ୟ ଦେଶଗୁଡ଼ିକୁ ସେମାନଙ୍କର ମତାମତ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରିବ। ଗ୍ଲାସ୍ଗୋରେ ସିଓପି-୨୬ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚାମୃତ ନାମକ ୫ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ରଣକୌଶଳର ତାହା ଏକ ଅଂଶବିଶେଷ ଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମିଶନ ଲାଇଫ୍ ‘ଷ୍ଟାଇଲ୍ ଫର୍ ଏନ୍ଭାଇରନ୍ମେଣ୍ଟ’ର ଘୋଷଣା କରିଥିଲେ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା। ନୂଆଦିଲ୍ଲୀ ଲିଡର୍ସ ଡିକ୍ଲାରେସନ୍ରେ ଜଳବାୟୁ ପରିବର୍ତ୍ତନ ବିଷୟ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ସିଓପି-୨୮ ଏହି ସବୁ ଅଗ୍ରାଧିକାର ବିଷୟଗୁଡ଼ିକୁ ଆଗେଇ ନେବା ପାଇଁ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି।






More Stories
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..