ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୌଣସି ଧାର୍ମିକ ପୀଠରେ ଲାଉଡ ସ୍ପିକରରେ ପ୍ରାର୍ଥନା ହୋଇପାରିବ ନାହିଁ। ବୁଧବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବା ପରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ଧାର୍ମିକ ପୀଠ କିମ୍ବା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବାଜି ପାରିବ ନାହିଁ। ଏହା ଉଭୟ ହିନ୍ଦୁ ଓ ମୁସଲିମ ଧର୍ମ ପୀଠଗୁଡ଼ିକ ପାଇଁ ଲାଗୁ ହେବ ବୋଲି କୁହାଯାଉଛି। ୨୦୦୫ ଜୁଲାଇ ମାସରେ ସୁପ୍ରିମକୋର୍ଟ ରାତି ୧୦ରୁ ସକାଳ ୬ଟା ଯାଏ ଲାଉଡ ସ୍ପିକର ଉପରେ ବ୍ୟାନ ଲଗାଇଥିଲେ। କେବଳ ଜରୁରୀ ପରିସ୍ଥିତିରେ ଲାଉଡ ସ୍ପିକରର ବ୍ୟବହାର ରାତି ୧୦ରୁ ସକାଳ ୬ ମଧ୍ୟରେ ହୋଇପାରିବ। ଶବ୍ଦ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..