ରିପୋର୍ଟ କାର୍ଡ / କୋରାପୁଟ
ଲୁଟିବାକୁ ଆସି ଧରାପଡ଼ି ଗଲେ ନକଲି ପୋଲିସ । ଲୋକେ ନକଲି ପୋଲିସ କୁ ଅସଲି ପୋଲିସରେ ଜିମା ଦେଇଛନ୍ତି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଜୟପୁର ସହରରେ । ନକଲି ପୋଲିସ ଜଣକ ହେଲେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ନାଥ। ସେ ପୋଲିସ ଡ୍ରେସ ପିନ୍ଧି ଜୟପୁର ସହରର ସୌରା ସାହି ଓ ତେଲି ସାହିର ଘରକୁ ଘର ବୁଲି ଜାନୁଆରୀ ୨୬ ପାଇଁ ୧୦୦୦ ଟଙ୍କା ଲେଖାଏଁ ଚାନ୍ଦା ମାଗୁଥିଲେ। ଲୋକେ ମଧ୍ୟ ତାଙ୍କୁ ପୋଲିସ ଭାବି ପଇସା ଦେଇ ଦେଉଥିଲେ। ଏନେଇ ଜୟପୁର ସହରର ଜଣେ ଯୁବ ସାମ୍ବାଦିକ ଖବର ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସକୁ ପଚରାଉଚରା କରିଥିଲେ। ପରେ ଯୁବ ସାମ୍ବାଦିକ ଓ ଲୋକେମାନେ ନକଲି ପୋଲିସକୁ ଅସଲି ପୋଲିସରେ ଜିମାରେ ଦେଇଥିଲେ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..