ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ସୁରକ୍ଷା ସଂକ୍ରାନ୍ତ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ବର୍ତ୍ତମାନ କେବଳ ସଂସଦ କର୍ମଚାରୀ ଏବଂ ବୈଧ ପରିଚୟପତ୍ର ଥିବା ନିକଟବର୍ତ୍ତୀ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସଂସଦ ଓ ରେଡ୍ କ୍ରସ୍ ଭବନ ମଧ୍ୟରେ ଥିବା ରାସ୍ତାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଗୁରୁବାରଠାରୁ କୌଣସି ଦର୍ଶକଙ୍କୁ ଅନୁମତି ଦିଆଯାଉ ନାହିଁ। ତା’ ସହ ରାସ୍ତାରେ ଅତି କମ୍ରେ ଦୁଇଟି ସୁରକ୍ଷା ଚେକ୍ପୋଷ୍ଟ ରଖାଯାଇଛି। ବାରିକେଡ୍ ଲାଗିଥିବା ମକର ଦ୍ୱାର ବାହାରେ, ଯେଉଁଠି ସାଂସଦମାନେ ଗୃହ ଭିତରକୁ ପ୍ରବେଶ କରନ୍ତି ଓ ବାହାରକୁ ଯାଆନ୍ତି, ସେଠାରେ ସାମ୍ବାଦିକମାନଙ୍କୁ ଠିଆ ହେବାକୁ ମଧ୍ୟ ଅନୁମତି ନାହିଁ। ଗୁରୁବାରଠାରୁ ମନ୍ତ୍ରୀ ଓ ସାଂସଦଙ୍କ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ମକର ଦ୍ୱାର ବ୍ୟବହାର କରିପାରିବେ ନାହିଁ। ଏହା କେବଳ ସାଂସଦଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହେବ। ସାଗର ଶର୍ମା ଓ ମନୋରଂଜନ ଡି ଜୋତା ଭିତରେ ଧୂଆଁ କାନିଷ୍ଟର ଲୁଚାଇ ରଖି କରି ତିନି ସ୍ତରର ସୁରକ୍ଷା ବଳୟ ଭେଦ କରିଥିଲେ। ୨୦୦୧ ମସିହାରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସାଂସଦମାନେ ଶ୍ରଦ୍ଧାଞ୍ଜଳି ଦେବାର କିଛି ଘଣ୍ଟା ପରେ ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ ହୋଇଥିଲା। ବୁଧବାର ସଂସଦର ସୁରକ୍ଷା ବ୍ୟବସ୍ଥା ଭଙ୍ଗ କରି ଦର୍ଶକ ଗ୍ୟାଲେରୀରୁ ଦୁଇ ଜଣ ବ୍ୟକ୍ତି ଲୋକସଭା ଭିତରକୁ ଡେଇଁ ଧୂଆଁ ସ୍ପ୍ରେ କରିଥିଲେ | କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ମୁଖ୍ୟ ଅନୀଶ ଦୟାଲ ସିଂହଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..