ରିପୋର୍ଟ କାର୍ଡ / ନୟାଗଡ଼
ନୟାଗଡ଼ ଜିଲ୍ଲା ସବ୍ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୭୯ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଗତକାଲି ଭିଜିଲାନ୍ସ ପକ୍ଷରୁ ଶାଶ୍ୱତ ପଟ୍ଟନାୟକଙ୍କ ୬ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଅନେକ ସମ୍ପତ୍ତି ଠାବ କରାଯାଇଛି। ଶାଶ୍ୱତଙ୍କର କେନ୍ଦ୍ରାପଡ଼ା ସହରର ତଳବାରଙ୍ଗଠାରେ ୨୩୫୦ ବର୍ଗଫୁଟ୍ର ଗୋଟିଏ ଏକ ମହଲା ବିଶିଷ୍ଟ ଘର ଅଛି। କେନ୍ଦ୍ରାପଡ଼ାର କୁଦନଗରୀ ଥାନା ଅନ୍ତର୍ଗତ ତାଳଗାଁରେ ତାଙ୍କର ୨୧୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଅଛି। କଟକ, ଜଟଣୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ତାଙ୍କର ୬ଟି ପ୍ଲଟ ଅଛି। ନିଜ ନାଁରେ ଜମି କିଣିବାକୁ ସେ ଦୁଇ ଜଣ ବ୍ୟକ୍ତିଙ୍କୁ ଆଗୁଆ ୬ ଲକ୍ଷ ୫୪ ହଜାର ୫୦୦ ଟଙ୍କା ଦେଇଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।






More Stories
କାଳବୈଶାଖୀ ସତର୍କତା…..
ଆଜିଠୁ ମାଟ୍ରିକ ଖାତା ଦେଖା…..
ବିଧାନସଭାରେ କୋକେଇ ଶୋଭାଯାତ୍ରା…..