Report Card Odisha

| Daily Odia News

ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ…..

ରିପୋର୍ଟ କାର୍ଡ / ପୁରୀ

ଆଡ଼ପ ମଣ୍ଡପରେ ବଡ଼ ଠାକୁର ପଡ଼ିଯିବା ଘଟଣାରେ ୩ ଜଣିଆ କମିଟିର ତଦନ୍ତ ଆରମ୍ଭ ହୋଇଛି। ବଳଭଦ୍ର ବାଡ଼ଗ୍ରାହୀଙ୍କୁ ଡାକି କମିଟି କରୁଛି ପଚରାଉଚରା କରାଯାଉଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ପଚରାଉଚରା କରାଯାଉଛି। ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି ଡିଏସପି ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ସାମିଲ୍ ହୋଇଛନ୍ତି। ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏବେ ବି ଏହି ହୃଦୟ ବିଦାରକ ଦୃଶ୍ୟ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଗତ ଜୁଲାଇ ୯ ତାରିଖରେ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ। ଆଜି ଏ ନେଇ ସମ୍ୱାଦରେ ଖବର ପ୍ରକାଶ ପାଇବା ପରେ ତଦନ୍ତ କମିଟିର ନିଦ ଭାଙ୍ଗିଛି।

Breaking News