ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ସୀତାକୁଣ୍ଡାସ୍ଥିତ ଏକ ଘରୋଇ ଇନଲ୍ୟାଣ୍ଡ କଣ୍ଟେନର ଡିପୋ ରେ ଶନିବାର ରାତିରେ ଭୟଙ୍କର ବିସ୍ଫୋରଣ ଘଟି ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶନିବାର ରାତି ୯ଟାରେ ସୀତାକୁଣ୍ଡା ଅଞ୍ଚଳର କଦମରସୁଲ ଅଞ୍ଚଳର ବିଏମ୍ କଣ୍ଟେନର ଡିପୋର ଲୋଡିଂ ପଏଣ୍ଟରେ ପ୍ରଥମେ ନିଆଁ ଲାଗିଥିଲା। ଦମକଳ ଗାଡ଼ି ନିଆଁ ଲିଭାଉଥିବାବେଳେ ସେଠାରେ ବିସ୍ଫୋରଣ ହୋଇଥିଲା ଏବଂ ଅନ୍ୟ କଣ୍ଟେନରଗୁଡ଼ିକୁ ନିଆଁ ବ୍ୟାପୀ ଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଘରଗୁଡ଼ିକର ଝରକା କାଚସବୁ ଭାଙ୍ଗି ଯାଇଥିଲା। ଚିତ୍ରକୋଣ୍ଡା ଅଗ୍ନିଶମ ସେବା ତଥା ସିଭିଲ ଡିଫେନ୍ସ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଏମ୍ ଫାରୁକ ହୋସେନ ସିକଦାର କହିଛନ୍ତି, ପ୍ରାୟ ୧୯ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ଘଟଣାସ୍ଥଳରେ ୬ଟି ଆମ୍ବୁଲାନ୍ସ ମହଜୁଦ ଥିଲା। ବିଏମ୍ କଣ୍ଟେନର ଡିପୋ ନିର୍ଦ୍ଦେଶକ ମୁଜିବୁର ରହମନ କହିଛନ୍ତି, ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି। ଚିକିତ୍ସାର ସମସ୍ତ ଖର୍ଚ୍ଚ ଆମେ ବହନ କରିବୁ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..