Report Card Odisha

| Daily Odia News

ଲାଂଚ ନେଇ କନଷ୍ଟେବଳ ଶୁଭାଶିଷ ଦାସ ସସ୍‌ପେଣ୍ଡ…..

ରିପୋର୍ଟ କାର୍ଡ / ପୁରୀ

ଲାଂଚ ନେଇ ଶ୍ରୀମନ୍ଦିର ଭିତରକୁ ଛାଡ଼ି କନଷ୍ଟେବଳ ସସ୍‌ପେଣ୍ଡ ହୋଇଛନ୍ତି | ଏଭଳି ଲଜ୍ଜାଜନକ କାର୍ଯ୍ୟ କରି ଓଏସଏପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସ୍‌ପେଣ୍ଡ ହୋଇଥିବା ଜଣାପଡିଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି। ଏହି ପୋଲିସ କର୍ମଚାରୀ ଜଣକ ଟଙ୍କା ନେଇ ପ୍ରବେଶ କଟକଣା ଜାରି ହୋଇଥିବା ଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାର ପୂରା ତଦନ୍ତ କରି ରିପୋର୍ଟ ଦେବା ପାଇଁ ଏଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।

 

Breaking News