ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ଦୋଷମୁକ୍ତ କରିଛନ୍ତି। ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଆଜି ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। । କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି, ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି । ଉଲ୍ଲେଖଯୋଗ୍ୟ, ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ ଜାନୁଆରି ୧୭ ତାରିଖରେ ଏକ ବଡ଼ ହୋଟେଲରେ ହୋଇଥିଲା । ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି, ତାଙ୍କ ସ୍ୱାମୀ ଶଶି ଥରୁରଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି । ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୋଲିସ ଶଶି ଥରୁରଙ୍କ ନାମରେ ଧାରା ୩୦୭,୪୯୮ (ଏ) ରେ ମାମଲା ରୁଜୁ କରିଥିଲା । ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଓ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିବା ଭଳି ଅଭିଯୋଗ ଦାଖଲ କରିଥିଲା ଦିଲ୍ଲୀ ପୁଲିସ। ଏହି ମାମଲାରେ ପାକିସ୍ତାନୀ ସାମ୍ବାଦିକା ମେହର ତରାଙ୍କ ନାମ ବି ଆସିଥିଲା ।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..