ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ଡେପୁଟି ଏସପି ଚିରାଗ ଦେଶାଇ ଏହାକୁ ନିଶ୍ଚିତ କରିଛନ୍ତି। ଦେଶାଇ କହିଛନ୍ତି ଯେ ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟର ଏକ ତାଲିମ ବିମାନ ଆମରେଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନିତେକ ମହାଜନ ବିମାନଟି ଉଡ଼ାଉଥିଲେ। ଅଗ୍ନିଶମ ଅଧିକାରୀ ଏଚ୍ ସି ଗାଧଭି କହିଛନ୍ତି, “ଆଜି ପ୍ରାୟ ୧୨.୫୨ ସମୟରେ, ଆମେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷରୁ ଏକ ଫୋନ୍ ପାଇଲୁ ଯେ ଆମରେଲିର ଶାସ୍ତ୍ରୀନଗର ଏକ୍ସଟେନସନ ଭିତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇବାର ଆମର ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ଜଣେ ପାଇଲଟଙ୍କୁ ୧୦୮ ମାଧ୍ୟମରେ ବାହାର କରି ଡାକ୍ତରଖାନା ନିଆଯାଇଥିଲା |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..