ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୋଲିସ ଆସି ଘରର କବାଟ ବାଡ଼େଇବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ୭ମ ହମଲାର ବାଲୋକୋନୀରୁ ଡେଇଁ ପଡ଼ିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ସ୍ୱିଜରଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ପ୍ରାନ୍ତରେ ଥିବା ମୋନଟ୍ରେଉକ୍ସରେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଦୁଇ ଜଣ ଅଧିକାରୀ ୭ମ ମହଲାରେ ରହୁଥିବା ଗୋଟିଏ ପରିବାରର କବାଟ ପାଖରେ ପହଞ୍ଚିଥିଲେ। ତେବେ ସେମାନଙ୍କୁ ଦେଖି ଜଣେ ୪୦ ବର୍ଷୀୟ ବ୍ୟକ୍ତି, ତାଙ୍କର ୪୧ ବର୍ଷୀୟ ପତ୍ନୀ, ପତ୍ନୀଙ୍କ ଦୁଇ ଯମଜ ଭଉଣୀ, ଦମ୍ପତିଙ୍କ ୮ ବର୍ଷୀୟ ଝିଅ ଓ ୧୫ ବର୍ଷୀୟ ପୁଅ ବାଲକୋନୀକୁ ଚାଲି ଯାଇଥିଲେ। ଏହାପରେ ସେମାନେ ସମସ୍ତେ ଏକାଠି ତଳକୁ ଡେଇଁ ପଡ଼ିଥିଲେ। ତଳେ ପଡ଼ିବା ପରେ ୧୫ ବର୍ଷୀୟ ପୁଅକୁ ଛାଡ଼ି ବାକି ସମସ୍ତଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଏଯାଏ ପରିବାରର ୫ ସଦସ୍ୟ କାହିଁକି ତଳକୁ ଡେଇଁ ପଡ଼ିଲେ ସେକଥା ଜଣାପଡ଼ିନି। ମିଳିଥିବା ସୂଚନା ଅନୁଯାୟୀ, ୧୫ ବର୍ଷୀୟ ପୁଅର ଟ୍ୟୁସନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଯାଞ୍ଚ ପାଇଁ ଦୁଇ ପୋଲିସ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଅଧିକାରୀମାନେ କବାଟ ବାଡେଇବା ପରେ ଘର ମଧ୍ୟରୁ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ଅଧିକାରୀମାନେ ନିଜର ପରିଚୟ ଦେବା ମାତ୍ରେ ସବୁ କିଛି ଶୂନଶାନ ହୋଇଯାଇଥିଲେ | ପୋଲିସ କବାଟ ବାଡ଼େଇ ନିରାଶ ହେବା ପରେ ଯିବାକୁ ବାହାରିଥିଲା। ତେବେ ଏହି ସମୟରେ ସ୍ଥାନୀୟ ଲୋକମାନେ ଉକ୍ତ ପରିବାରର ସଦସ୍ୟମାନେ ବାଲକୋନୀରୁ ଡେଇଁ ପଡ଼ିଥିବା ଖବର ଦେଇଥିଲେ।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..