Report Card Odisha

| Daily Odia News

ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ…..

ରିପୋର୍ଟ କାର୍ଡ / ମୟୁରଭଞ୍ଜ

ସାମାନ୍ୟ କଥାକୁ କେନ୍ଦ୍ର ନୃଶଂସ ଭାବେ ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ରାଇଡିହି ଗ୍ରାମରେ। ସୂଚନା ମୁତାବକ, ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ୱ୍ରମ୍ ଗତକାଲି ରାଇଡିହି ଗ୍ରାମକୁ ବୁଲିବାକୁ ଯାଇଥିଲେ। ରାଇଡିହି ଗାଁରେ ବୁଦ୍ଧୁନିଙ୍କ ସମ୍ପର୍କୀୟ ଘର ହୋଇଥିବା ବେଳେ ସେଠାରୁ ଫେରି ଉଭୟ ଏକ ବାଇକରେ ବୁଲିବାକୁ ଯାଇଥିଲେ। ଏହାପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳି । ଧୀରେଧୀରେ ଦୁଇ ଜଣଙ୍କ ନାଧ୍ୟରେ ବଚସା ବଢି ଯାଇଥିଲା | ରାଗରେ ପ୍ରେମିକ ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥଲା। ଏଥିରେ ବୁଦ୍ଧୁନି ତଳେ ପଡିଯିବା ପରେ ତାକୁ ଏକ ପଥରରେ ଛେଚି ହତ୍ୟା କରିଥିଲା ମୁନୁ। ଅନ୍ୟପଟେ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ହୋଇଛି। ଖବର ଜଣାପଡିବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଅଭିଯୁକ୍ତ ମୁନୁକୁ ପୋଲିସ ଡାକ୍ତରଖାନାରେ ଚିକିସିା କରାଇ ଥାନାରେ ଅଟକ ରଖିଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ପ୍ରେମିକ ଏବଂ ପ୍ରେମିକା। ତେବେ କେଉଁ କାରଣରୁ ବଚସା ହେଲା ଏବଂ ହତ୍ୟାର କାରଣ କେବଳ ବଚସା ନା ଆଉ କିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛିା

Breaking News