ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସକୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ବନ୍ଧା ହୋଇଛନ୍ତି ଅଭିଯୁକ୍ତ । ଏଭଳି ଘଟଣଶ ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଯାଇଛି । ଆଜି ସେହି ମୋଷ୍ଟ ୱାଣ୍ଟେଡକୁ କୋର୍ଟ ଚାଲାଣ କରାଯିବ । ୨ଟି ମାମଲାରେ ମୋଷ୍ଟ ୱାଣ୍ଟେଡ ଥିଲା କପିଳେଶ୍ୱରର ଟିକୁ ମାଲିଆ । ତେବେ ଟିକୁକୁ ଧରିବାକୁ ଯାଇ ୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ଟିକୁ ମାଲିଆ ଜଣେ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ ହୋଇଥିବା ବେଳେ ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ପୋଲିସ ତାକୁ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ତା’ର ପତ୍ତା ପାଉ ନ ଥିଲା। ହେଲେ ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ଅଭିଯୁକ୍ତଜଣକ ବୁଲୁଥିବା ପୋଲିସ ଖବର ପାଇଥିଲା। ଏହାପରେ ଅତର୍କିତ ଚଢ଼ାଉ ପରେ ପୋଲିସ ଉପରେ ଓଲଟା ଆକ୍ରମଣ କରି ଖସିବାକୁ ବସିଥିଲା ଟିକୁ ମାଲିଆ।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….