ରିପୋର୍ଟ କାର୍ଡ / ନବରଙ୍ଗପୁର
ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଂଚଳର ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିହୋଇଥିଲା | ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା। ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୋଲିସର ମିଳିତ ସର୍ଚ ଅପରେସନ୍ ହୋଇଥିଲା। ରାତିରେ ଉଭୟ ନକ୍ସଲର ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଜଣେ ନକ୍ସଲ ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଥିଲା |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….