ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ସୁଜିତ୍ ଗିରି ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ ବାହାରିଲା ସାପ। ମିଳିଥିବା ସୂଚନାନୁଯାୟୀ, ସୁଜିତ୍ ଗିରି ନିଜର ହୋଣ୍ଡା ଆକ୍ଟିଭା ସ୍କୁଟି ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ ସ୍କୁଟିର ଡିକି ଖୋଲିବା ମାତ୍ରେ ସାପକୁ ଭିତରେ ଦେଖିଥିଲେ। ଭୟରେ ସିଟ୍କୁ ଲକ୍ କରି ଦେଇ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଫୋନ କରିଥିଲେ। ଖବରପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ସିଟ୍ଟିକୁ ଟେକିବା ବେଳକୁ ସାପଟି ଦେହରେ ସିଟ ଚାପି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ପ୍ରାୟ ଦେଢ଼ ଫୁଟ ଲମ୍ବର ଢମଣା ସାପ ଛୁଆକୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଉଦ୍ଧାର କରିଥିଲେ।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..