ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ଦର୍ଶନ ବେଳେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି | ସେ ହେଉଛନ୍ତି ଛତିଶଗଡ଼ର ୱାଇ. ଜି ମୂର୍ତ୍ତି, ତାଙ୍କୁ ୭୨ ବର୍ଷ । ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ୱାଇ. ଜି ମୂର୍ତ୍ତି ପରିବାରର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଆସିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ବିମଳା ମନ୍ଦିରକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ କରିବା ପରେ ପାହାଚରେ ବସିଥିବା ବେଳେ ହଠାତ୍ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ପରେ ସେ ଚେତା ହରାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଡାକ୍ତର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କର ସବୁ ଚେକ୍ ଅପ୍ କରାଯାଇଥିଲା। ତା’ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ୁଛି। ସେ ହୃଦ୍ରୋଗୀ ଥିଲେ। ତାଙ୍କ ହାର୍ଟରେ ପୂର୍ବରୁ ସମସ୍ୟା ଥିଲା ଓ ଏନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିବା ନେଇ ତାଙ୍କ ପରିବାର ଲୋକେ ଦେଖାଇଥିବା ରିପୋର୍ଟରୁ ଜଣାପଡ଼ିଛି।
More Stories
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
ଆସନ୍ତାମାସରୁ ଏଲିଭେଟେଡ୍ କରିଡର କାମ…..
ଜେଲ୍ ଗଲେ ରାଜା, ରହିଛି ବହୁ ବଡ ବଡିଆଙ୍କ ସମ୍ପୃକ୍ତି…..