Report Card Odisha

| Daily Odia News

ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ବନିଯିବ ଆଧାରକାର୍ଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ଆଧାରକାର୍ଡ ବନିଯିବ | ଏହା ବର୍ତ୍ତମାନ କେବଳ ୧୬ଟି ରାଜ୍ୟରେ ଉପଲବ୍ଧ ହୋଇଛି । ଏବେ ସରକାର ଏହି ନିୟମକୁ ସବୁ ରାଜ୍ୟରେ ଲାଗୁ କରିବାକୁ ଚିନ୍ତା କରିଛନ୍ତି। ମିଳିଥିବା ସୂଚନାନୁସାରେ ଆଗାମୀ କିଛି ମାସରେ ଏହି ସୁବିଧା ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ। ନବଜାତ ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ସହ ସେମାନଙ୍କର ଆଧାରକାର୍ଡ ସୁବିଧା ଗତ ବର୍ଷରୁ ହିଁ ଲାଗୁ କରାଯାଇଛି। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଟିପ ଚିହ୍ନ ନିଆଯାଏ ନାହିଁ। ସେମାନଙ୍କ ୟୁଆଇଡିକୁ ସେମାନଙ୍କର ବାପାମାଆଙ୍କ ୟୁଆଇଡି ଯୋଡ଼ି ଦିଆଯାଇଥାଏ। ପିଲାମାନଙ୍କୁ ୫ ଓ ୧୫ ବର୍ଷ ହେବା ପରେ ଯାଇ ଟିପ ଚିହ୍ନ ସହ ଚେହେରାର ଫଟୋ ନିଆଯାଏ। ଗଣମାଧ୍ୟମ ଏଜେନ୍ସି ପିଟିଆଇ ଅନୁସାରେ, ୧୦୦୦ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ବ୍ୟକ୍ତିଙ୍କ ପ୍ରମାଣପତ୍ର ଭାବେ ଆଧାରକାର୍ଡର ଉପଯୋଗ କରିଥାନ୍ତି। ଏହା ମଧ୍ୟରୁ ପ୍ରାୟ ୬୫୦ ରାଜ୍ୟ ସରକାରଙ୍କ ଯୋଜନା ହୋଇଥିବା ବେଳେ ୩୧୫ କେନ୍ଦ୍ର ସରକାରଙ୍କ ଦ୍ବାରା ସଂଚାଳିତ କରାଯାଇଥାଏ। ସରକାରୀ ତଥ୍ୟ ଅନୁସାରେ, ୩୩୪ କୋଟି ଆଧାର ଜାରି କରାଯାଇ ସାରିଛି। ଗତବର୍ଷ ୨୦ କୋଟି ନୂଆ ଲୋକ ଆଧାର ସହ ଯୋଡ଼ି ହୋଇଥିଲେ। ସେଥିମଧ୍ୟରୁ କେବଳ ୪ କୋଟି ଥିଲେ ନବଜାତ ଓ ୧୮ ବର୍ଷ ମଧ୍ୟରେ ଶିଶୁ ଓ କିଶୋର। ମାତ୍ର ୩୦ ଲକ୍ଷ ବୟସ୍କ ଆଧାର ସହ ଯୋଡ଼ି ହୋଇଥିଲେ।

 

Breaking News