ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ ମାସ ମଧ୍ୟରେ ଆମ ଦଳରେ ଯୋଗ ଦିଅ, ନଚେତ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପାଇଁ ପ୍ରସ୍ତୁତ ହୁଅ ବୋଲି ବିଜେପି ପକ୍ଷରୁ ଧମକ ଦିଆଯାଇଥିବା ଦାବି ପରେ ବିଜେପି ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ଆତିଶୀଙ୍କୁ ଲିଗାଲ ନୋଟିସ ପଠାଇ କେନ୍ଦ୍ରର ଶାସକ ଦଳ ବିରୋଧରେ ମିଥ୍ୟା ଅଭିଯୋଗ କରିଥିବାରୁ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଆତିଶୀ ଅଭିଯୋଗ କରିଥିଲେ, ବିଜେପି ଅତି ଘନିଷ୍ଠ ବ୍ୟକ୍ତିଙ୍କ ଜରିଆରେ ମୋ ସହ ଯୋଗାଯୋଗ କରିଛି। ସେମାନେ ମୋତେ ବିଜେପିରେ ଯୋଗଦେବାକୁ କହିଛନ୍ତି ଏବଂ ଏହା ମୋର ରାଜନୈତିକ କ୍ୟାରିୟର ବଞ୍ଚାଇବ ବୋଲି କହିଛନ୍ତି। ସେମାନେ ଧମକ ଦେଇଛନ୍ତି ଯେ ଯଦି ମୁଁ ଦଳବଦଳ ନ କରେ, ତେବେ ଇଡି ଏକ ମାସ ମଧ୍ୟରେ ମୋତେ ଗିରଫ କରିବ। ଆପ୍ ନେତ୍ରୀ ଆହୁରି ଦାବି କରିଛନ୍ତି ଯେ ତାଙ୍କ ସହ ଦଳର ସହଯୋଗୀ ସୌରଭ ଭରଦ୍ୱାଜ, ରାଘବ ଚଢ଼ା ଏବଂ ଦୁର୍ଗେଶ ପାଠକଙ୍କୁ ବିଜେପି ଟାର୍ଗେଟ କରିଛି। ତାଙ୍କୁ ଗିରଫ କରିବା ପୂର୍ବରୁ ଇଡି ତାଙ୍କ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିବ ବୋଲି ସେ ଅଭିଯୋଗ କରିଛନ୍ତି।ଆତିଶୀଙ୍କ ଅଭିଯୋଗକୁ ଭିତ୍ତିହୀନ କହି ବିଜେପି ଖଣ୍ଡନ କରିଛି। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଆତିଶୀଙ୍କ ବୟାନକୁ ମିଥ୍ୟା ବୋଲି କହିଛନ୍ତି। ସମଗ୍ର ଆମ୍ ଆଦମୀ ପାର୍ଟି ଏହି ମଦ ଦୁର୍ନୀତିରେ ସମ୍ପୃକ୍ତ ଥିଲା ଏବଂ ପରବର୍ତ୍ତୀ ‘ବଳିବୋଦା’ କିଏ ହେବ ସେ ନେଇ ଏହାର ନେତାମାନେ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି ବୋଲି ସଚଦେବା ଦାବି କରିଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..