ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଆସି ଆପ ର ବରିଷ୍ଠ ନେତା ସଂଜୟ ସିଂହ ଏକ ସାକ୍ଷାତକାରରେ ଆପର ସ୍ଥିତି ବିଷୟରେ ଜଣାଇଛନ୍ତି। କେଜ୍ରିୱାଲ ଜେଲ୍ ଯିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ଧରିଛି। ଜେଲରୁ ସରକାର ଚଳାଇ ପାରିବେ ନାହିଁ ବୋଲି ଉପରାଜ୍ୟପାଳ ବିନୟୀ ସକ୍ସେନା ଦାବି କରୁଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ, ବିନୟୀ ସକ୍ସେନା କ’ଣ ସମ୍ବିଧାନର ସ୍ଥପତି କି? ମୁଁ ଯେତିକି ଜାଣିଛି,ବାବାସାହେବ ଭୀମରାଓ ଆମ୍ବେଦକର ହେଉଛନ୍ତି ସମ୍ବିଧାନର ସ୍ଥପତି। କେଜ୍ରିୱାଲ ଜେଲରୁ ସରକାର ଚଲାଇ ପାରିବେ କି ନାହିଁ ବା ମୁଖ୍ୟମନ୍ତ୍ରୀ ରହିବେ ନାହିଁ ସେ ପ୍ରଶ୍ନ କରିବାକୁ ସେ କିଏ? ସମ୍ବିଧାନରେ ଅଛି ଯେ, ଯେପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣିତ ନହୋଇଛି, ସେପର୍ଯ୍ୟନ୍ତ କୌଣସି ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ନାହିଁ। ହାଇକୋର୍ଟ ଦୁଇଥର ଆବେଦନକୁ ଖାରଜ କରିଦେଇଛନ୍ତି। ଏଥରୁ ପ୍ରମାଣ ହୋଇଛି ଯେ, କେଜ୍ରିୱାଲଙ୍କୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..