ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଥା ରଖିଲେ ପଞ୍ଜାବ ସରକାର | ଜୁଲାଇ୧ ତାରିଖରୁ ପ୍ରତି ପରିବାର ପାଇଁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ମିଳିବ | ଏନେଇ ଆଜି ପଞ୍ଜାବର ଆପ୍ ସରକାର ଘୋଷଣା କରିଛନ୍ତି | କ୍ଷମତାସୀନ ହେବାର ଏକ ମାସ ପୂର୍ତ୍ତୀ ଅବସରରେ ଭଗୱନ୍ତ ମାନ୍ ନେତୃତ୍ବାଧୀନ ଉପରୋକ୍ତ ଘୋଷଣା କରିଥିବା ସୂଚନା ମିଳିଛି। ଚଳିତ ମାସରେ ପଞ୍ଜାବ ସରକାର ମାଗଣା ବିଦ୍ୟୁତ୍ ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଥିଲେ, ଖୁବ୍ ଶୀଘ୍ର ରାଜ୍ୟବାସୀଙ୍କୁ ସେ ସୁ-ସମ୍ବାଦ ଜଣାଇବେ। ଟୁଇଟ୍ କରି ମାନ୍ ଲେଖିଥିଲେ, ଆମ ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଖୁବ୍ ଶୀଘ୍ର ପଞ୍ଜାବବାସୀଙ୍କୁ ମୁଁ ଶୁଭଖବର ଦେବି। ପରିବାର ପିଛା ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ ବୋଲି ‘ଆପ୍’ ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ବେଳେ ପ୍ରତିଶ୍ରୁତି ଦେଇଥିଲା। ଏଭଳି ପ୍ରତିଶ୍ରୁତି ଦେବା ଅବସରରେ ‘ଆପ୍’ର ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ, ରାଜ୍ୟରେ ବଳକା ବିଜୁଳିଶକ୍ତି ଉତ୍ପାଦନ ସତ୍ତ୍ବେ ଦୀର୍ଘ ସମୟ ଧରି ବିଜୁଳିକାଟ ଚାଲୁଛି ଏବଂ ଅନେକ ଲୋକ ଅଧିକ ଟଙ୍କାର ଭୁଲ୍ ବିଜୁଳି ବିଲ୍ ପାଉଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ‘ଆପ୍’ ସରକାର ପ୍ରତି ମାସରେ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେଉଛନ୍ତି।






More Stories
ପୋଲିସ ଗାଡି ପୋଡିଲେ କର୍ମଚାରୀ….
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..