ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ଆଉ ଜଣେ ‘ଆପ୍’ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ ଜାରିକରିଛି | ପଚରାଉଚରା ପାଇଁ ବିଧାୟକ ଦୁର୍ଗେଶ ପାଠକ ଆଜି ଇଡି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଜଣାପଡିଛି | ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମଦ ଦୁର୍ନୀତି ଅଭିଯୁକ୍ତ ବିଜୟ ନାୟର୍ଙ୍କ ମୁମ୍ବାଇ ଘର ତଲାସ ବେଳେ ‘ଆପ୍’ ନେତା ଦୁର୍ଗେଶ ତାଙ୍କ ଘର ଭିତରେ ଥିଲେ। ବିଜୟ ନାୟର୍ଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ପାଠକଙ୍କୁ ଡାକିଛି। ଦୁର୍ଗେଶ ଙ୍କ ସମନକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି କୁ ସମାଲୋଚନା କରିଛନ୍ତି। କହିଛନ୍ତି କି ଦିଲ୍ଲୀର ଅବକାରୀ ନୀତି ପ୍ରସ୍ତୁତିରେ ପାଠକଙ୍କର କୌଣସି ସମ୍ପର୍କ ନାହିଁ। ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ ନିର୍ବାଚନ ଦାୟିତ୍ବରେ ଥିବାରୁ ରାଜନୈତିକ ଆକ୍ରୋଶ ରଖି ‘ବିଜେପି’ ପାଠକଙ୍କୁ ଟାର୍ଗେଟ୍ କରିଛି। ଟୁଇଟ୍ କରି ସେ ଲେଖିଛନ୍ତି: ‘ଆପ୍’ର ‘ଏମ୍ସିଡି’ ନିର୍ବାଚନ ଦାୟିତ୍ବରେ ଥିବା ଦୁର୍ଗେଶ ପାଠକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ କରିଛି। ଦିଲ୍ଲୀ ସରକାରଙ୍କ ମଦ ନୀତିରେ ଆମ ‘ଏମ୍ସିଡି’ ନିର୍ବାଚନ ଭାରପ୍ରାପ୍ତଙ୍କର କି ଭୂମିକା ଅଛି | ସେମାନଙ୍କର ଟାର୍ଗେଟ୍ ମଦ ନୀତି ନା, ‘ଏମ୍ସିଡି’ ନିର୍ବାଚନ |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..