ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆପ୍ ଆଜି ଜାଟ୍ ନେତା ରଘୁଭିନ୍ଦରୀ ଶୋକୀନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଆପ୍ ଛାଡ଼ିବାର ୨୪ ଘଣ୍ଟା ନ ପୁରୁଣୁ ଆପ୍ ଶୋକୀନଙ୍କୁ ମନ୍ତ୍ରୀ କରିବା ଚର୍ଚ୍ଚା ର ବିଷୟ ପାଲଟିଛି । ଦିଲ୍ଲୀ ଭୋଟରେ ଜାଟ୍ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି। ରବିବାର ଆପ୍ ଛାଡ଼ିଥିବା କୈଳାଶ ଗେହଲଟ ସୋମବାର ବିଜେପିରେ ମିଶିଛନ୍ତି।






More Stories
ବିଧାନସଭାରେ ଉଠିଲା ପାଣ୍ଡିଆନ ପ୍ରସଙ୍ଗ…..
ପଦ ଛାଡିଲେ ଦେବାଶିଷ ସାମନ୍ତରାୟ…..
ବିହାର ହାର୍ ପାଇଁ ଆରଜେଡି ଦାୟୀ…..