Report Card Odisha

| Daily Odia News

ସିମ୍‌ ବକ୍ସ ଢାକାରୁ ଅପରେଟ୍‌ କରୁଥିଲା ଆସାଦୁର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସିମ୍‌ ବକ୍ସ ପଛର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସ୍ମାର୍ଟ ସୁଇଚ୍‌ ଦ୍ୱାରା ହେଉଥିଲା ସିମ୍‌ ବକ୍ସ କଣ୍ଟ୍ରୋଲ। ଢାକାରେ ବସି ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସକୁ ଅପରେଟ୍‌ କରିବା ସହ କଣ୍ଟ୍ରୋଲ କରୁଥିଲା। କମିଶନରେଟ ପୋଲିସ ଓ NIA ପକ୍ଷରୁ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାରିଛି ରାଜୁ ମଣ୍ଡଳ। ସିମ୍‌ ବକ୍ସ ଗୁମରର ମାଷ୍ଟର ମାଇଣ୍ଡ ଆସାଦୁର୍‌ ଜମାନ ବାଂଲାଦେଶୀ ହୋଇଥିବା ବେଳେ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ସେ ଲଗାଇଥିଲା ସିମ୍‌ ବକ୍ସ। ତେବେ ଏହାକୁ ସେ କିପରି ନିୟନ୍ତ୍ରଣ କରୁଥିଲା ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍‌ ବକ୍ସରେ ଲାଗିଥିଲା ସ୍କାର୍ଟ ସୁଇଚ୍‌। ଆସାଦୁର୍‌ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା।

Breaking News