ରିପୋର୍ଟ କାର୍ଡ / ଆଠଗଡ
ବିଦ୍ୟାଳୟ ଉପରେ ପଡିଲା ବଜ୍ରପାତ । ଏଭଳି ଅଘଟଣ ଆଠଗଡ ବ୍ଲକ ତୋଟାପଡା ଉପ୍ରା ସ୍କୁଲରେ ଘଟିଛି। ବଜ୍ରପାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ। କ୍ଲାସ ଚାଲିଥିବା ସମୟରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଏଥିରେ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପାଚିକା ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ଆଠଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟର ପ୍ରଥମ ଓ ୨ୟ ଶ୍ରେଣୀ ଗୃହରେ ବଜ୍ରପାତ ହୋଇଛି । ବଜ୍ରପାତରେ ଟିଭି, ଫ୍ୟାନ୍, ଅନେକ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଛି । ଏହାସହ ସ୍କୁଲଗୃହ କାନ୍ଥ ମଧ୍ୟ ଫାଟିଛି।






More Stories
ବଡ଼ଦାଣ୍ଡରେ ମଦ ଦୋକାନ ମନା…..
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
୯୫ ଆସନରେ ଲଢ଼ିବ କଂଗ୍ରେସ…..