ରିପୋର୍ଟ କାର୍ଡ / କଟକ
କଟକରୁ ଧରାପଡ଼ିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ୨୦୧୫ରେ ଦିଲ୍ଲୀ ପୋଲିସ କଟକ ଜିଲ୍ଲା ସାଲେପୁରର ପଶ୍ଚିମକଛ ସାତବାଟିଆ ଗାଁରୁ ଅବଦୁର ରେହମାନକୁ ଗିରଫ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ସେ ବେଆଇନ୍ ଭାବେ ପାକିସ୍ତାନ ଗସ୍ତ କରିଥିଲା। ସେଠାରେ ରହି ଆତଙ୍କବାଦୀ ଟ୍ରେନିଂ ନେଇଥିଲା। ସେ ବେଆଇନ ମଦ୍ରାସା ଚଲାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ତଥା ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୁଲିସ୍ ହାତରେ ଲାଗିଥିଲା। ଏହି ଘଟଣା ସେତେବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ରାଜ୍ୟବାସୀଙ୍କୁ ଚକିତ କରିଥିଲା।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……