Report Card Odisha

| Daily Odia News

ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଙ୍ଗଳା ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ୫୮ ବର୍ଷୀୟ ଅଭିନେତା ଅଭିଷେକ ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ବିୟୁଗ ବଙ୍ଗଳା ସିନେଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଅଭିନୟ କରିଥିଲେ। ସୂଚନା ମୁତାବକ, ଗତକାଲି ଅଭିନେତା ଏକ ଶୋ’ର ଶୁଟିଂ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ, କିନ୍ତୁ ଅଭିଷେକ ହସ୍ପିଟାଲ ଯିବା ପରିବର୍ତ୍ତେ ଘରକୁ ପଳାଇଥିଲେ। ଏହାପରେ ଅଭିନେତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ଓ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

 

Breaking News