ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି। ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି । ସେହିପରି ଏସିବି ମେଡ଼ିକାଲ ନିର୍ମାଣର ଟେଣ୍ଡର ଏଲ ଆଣ୍ଡ ଟିକୁ ଦିଆଯାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ବିଭିନ୍ନ ପଞ୍ଚାୟତ ପୋଖରୀରେ ମାଛଚାଷ ଉପରେ ନିଲାମ ପ୍ରକ୍ରିୟାକୁ ବିଭିନ୍ନ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ଦିଆଯିବାକୁ ପ୍ରସ୍ତାବ ରହିଛି ବୋଲି ଜଣାପଡ଼ିଛି । ସୂଚନା ମୁତାବିକ, ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭାର ଶୀତ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ । ଏସସିବି ନବକଳେବର ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସେହିପରି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି । ଏହି ୩ଟି ପ୍ରସ୍ତାବ ସମେତ ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..